ଜାଗା ପାଇଁ ତାତିଲେ ଆଦିବାସୀ

ଜାଗା ପାଇଁ ତାତିଲେ ଆଦିବାସୀ

ଜାଗା ପାଇଁ ଧନୁ ତୀର ଓ ଅସ୍ତ୍ର ଶସ୍ତ୍ର ଧରି ପ୍ରତିବାଦ କଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁର ଶତାଧିକ ଆଦିବାସୀ । ଆମର ଜାଗାକୁ ଆମେ ଛାଡ଼ିବୁ ନାହିଁ ,ଆମେ ତୀରରେ ମାରିଦେବୁ । ଆମ ପିଲାକୁ ସେମାନେ ମାରି ଦେଇଛନ୍ତି । ଆମର ଜଣେ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ କରି ତାର ଛୁଆ ନଷ୍ଟ କରି ଦେଇଛନ୍ତି । ଆମକୁ ସରକାର ତୁମେ ନ୍ୟାୟ ଦିଅ । ଏମିତି କେତେ କଣ କଥା ଆଦିବାସୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ ,୧୨ ତାରିଖ ଦିନ ସକାଳେ ଜାମୁନାଳୀ ଗାଁର ପପୁ ସିର୍କା ନାମକ ଜଣେ ଯୁବକ । ସେ ମୋବାଇଲ ସଜାଡି ଘରକୁ ଫେରୁଥିବା ବେଳେ ମଧୁବନ ଛକ ନିକଟରେ କିଛି ଯୁବକ ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ । ଯାହାକୁ ନେଇ ଜାମୁନାଳୀ ଗାଁର ଶତାଧିକ ମହିଳା ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ଜାମୁନାଳୀ ଗାଁରେ ଥିବା ଜଙ୍ଗଲ ଜମିରେ ଆଦିବାସୀ ମାନେ ଘର ତିଆରି କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

ଅଭିଯୋଗ ପରେ କାମାକ୍ଷାନଗର ଏସଡିପିଓ ଅନୀଲ କୁମାର ବେଉରା, ରାଜସ୍ୱ ନିରୀକ୍ଷକ ଗିରିଶ ଚନ୍ଦ୍ର ସିଂହ ପ୍ରମୁଖ ଜାମୁନାଳୀ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ଏବଂ ପପୁ ସିର୍କାଙ୍କ ପ୍ରତି ହୋଇଥିବା ଆକ୍ରମଣ ପ୍ରତି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବାକୁ ଏସଡିପିଓ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପଟେ ମାତ୍ର ଜିଦିରେ ଅଟଳ ରହିଛନ୍ତି ଜାମୁନାଳୀ ଗାଁ ବାସିନ୍ଦା । ଆମକୁ ସରକାର ଅଣଦେଖା କରୁଛନ୍ତି । ଆମ ଛୁଆ ଏବଂ ମହିଳା ମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି । ଆମ ପିଲା ମାନେ ହାଇସ୍କୁଲରେ ପଢିବା ପାଇଁ ବହୁ ଦୂରକୁ ଯାଉଛନ୍ତି । ବାଟରେ ଯିବା ଆସିବା ବେଳେ ଜଙ୍ଗଲରେ ଅନେକ ଅଘଟଣ ଘଟୁଛି । ତେଣୁ ଆମେ ରାସ୍ତା ପାଖରେ ଘର କରି ରହିବୁ ବୋଲି ଜିଦି ଧରିଥିଲେ
ବାଇଟ- ଅନୀଲ କୁମାର ବେଉରା, ଏସଡିପିଓ , କାମାକ୍ଷାନଗର,
ଶେଷରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କୁ ବହୁତ ବୁଝା ସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ମାତ୍ର ଆଦିବାସୀ ମାନେ ଜମି ଛାଡିବାକୁ ନାରାଜ ଥିବା ଜଣାପଡିଛି ।

Leave a Reply

%d bloggers like this: