ଭାରତୀୟ ସାମ୍ବାଦିକଙ୍କୁ ଆଫଗାନିସ୍ଥାନରେ ହତ୍ୟା!

ଭାରତୀୟ ସାମ୍ବାଦିକଙ୍କୁ ଆଫଗାନିସ୍ଥାନରେ ହତ୍ୟା!

ମେଟ୍ରୋ ଟିଭି ବ୍ୟୁରୋ/ଜୁଲାଇ ୧୬ : ଆଫଗାନିସ୍ଥାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ଥାନର ସାମ୍ପ୍ରତିକ ସ୍ଥିତି କଭରେଜ୍ କରୁଥିଲେ ସିଦ୍ଦିକି । ସେହି ସ୍ଥାନରେ ଚାଲିଥିବା ହିଂସାର ଫଟୋ ଉତୋଳନ କରିବାକୁ ସେ ସେଠାରେ କିଛିଦିନ ହେବ ରହିଥିଲେ । କାନ୍ଦାହାରର ସ୍ପିନ୍ ବୋଲଡକ୍ ଅଂଚଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦିଲ୍ଲୀରେ ରହିଥିବା ସିଦ୍ଦିକ ଜଣେ ଜଣାଶୁଣା ଫଟୋ ସାମ୍ବାଦିକ ଥିଲେ । ସେଠାରେ ରହୁଥିବାବେଳେ ପ୍ରଥମେ ସେ ଜଣେ ଟିଭି ରିପୋର୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବର୍ତମାନ ସେ ଏକ ଅର୍ନ୍ତଜାତୀୟ ଖବର ସରବରାହ ସଂସ୍ଥା ପାଇଁ କାମ କରୁଥିଲେ । ୨୦୧୮ରେ ସିଦ୍ଦିକି ନିଜ ସହଯୋଗୀ ଅଦନାନ୍‌ଙ୍କ ସହ ପ୍ରଥମ ଭାରତୀୟ ଭାବେ ପୁଲଟିଜର ପୁରସ୍କାର ଜିତିଥିଲେ । ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟାମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ ।
ଆଫଗାନିସ୍ଥାନରେ ବର୍ତମାନର ସଙ୍କଟ ସ୍ଥିତିର କଭରେଜ କରୁଥିବା ସମୟରେ ସେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଘଟଣାସ୍ଥଳର ଫଟୋ ଓ ଭିଡିଓ ସେୟାର କରୁଥିବାରୁ ତାଙ୍କ ଟିମ୍ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା ଏବଂ ଏହାର ଭିଡିଓ ସେ ପୋଷ୍ଟ କରିଥିଲେ । ସିଦ୍ଦିକିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆଫଗାନିସ୍ଥାନର ରାଜଦୂତ ଫରୀଦ ମହମୁଦ ଆଜି ସିଦ୍ଦିକିଙ୍କ ହତ୍ୟା ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ହେଲେ ସିଦ୍ଦିକିଙ୍କୁ କାହିଁକି ହତ୍ୟା କରାଗଲା ଏ ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରିନାହିଁ ।

Leave a Reply

%d bloggers like this: