ଅଫଲାଇନ ପରିକ୍ଷା ପାଇଁ ଆବେଦନ କଲେ ୧୫ ହଜାରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ୍ ପରିକ୍ଷା

ଅଫଲାଇନ ପରିକ୍ଷା ପାଇଁ ଆବେଦନ କଲେ ୧୫ ହଜାରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ୍ ପରିକ୍ଷା

ଅଫଲାଇନ ପରିକ୍ଷା ପାଇଁ ଆବେଦନ କଲେ ୧୫ ହଜାରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ୍ ପରିକ୍ଷା

ଭୁବନେଶ୍ୱର,ଜୁଲାଇ ୧୬ : ଚଳିତ ବର୍ଷ ବିନା ପରିକ୍ଷାରେ ମାଟ୍ରିକ ପରିକ୍ଷା ଫଳ ବାହର କରିବା ପରେ ଅସନ୍ତୁଷ୍ଟ ଛାତ୍ରଛାତୀ ମାନଙ୍କ ପାଇଁ ଅଫଲାଇନ୍ ପରିକ୍ଷା କରିବାକୁ ସରକାର ନିଷ୍ପତି ନେଇଥିବା ବେଳେ ଅଫଲାଇନ ପରିକ୍ଷା ପାଇଁ ୧୫,୧୫୫ ଜଣ ଆବେଦନ କରିଥିବା ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ତେବେ ଫର୍ମ ପୂରଣ ପ୍ରକ୍ରିୟା ଜୁଲାଇ ୫ ରୁ୧୪ ମଧ୍ୟରେ ଶେଷ ହୋଇଥିବା ବେଳେ ପରିକ୍ଷା ଚଳିତ ମାସ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ତେବେ ୧୫,୧୫୫ ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୬,୫୯୬ ଜଣ ଛାତ୍ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ହୋଇଥିବା ବେଳେ ରାଜ୍ୟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମୋଟ ୮,୪୯୩ ଏବଂ ମାଧ୍ୟାମା ପରୀକ୍ଷା ପାଇଁ ୬୬ ଜଣ ଆବେଦନ କରିଛନ୍ତି ।
ସୂଚନା ଅନୁଯାଇ ଚଳିତ ବର୍ଷ ବିନା ପରିକ୍ଷାରେ ଛତ୍ରଛାତ୍ରୀ ମାନଙ୍କୁ ମାର୍କ ପ୍ରଦାନ କରାଯାଇଥିବା ବେଳେ ବାର୍ଷିକ ପରିକ୍ଷା ପାଇଁ ଆବେଦନ କରିଥିବା ୬,୫୯୬ ଜଣଙ୍କ ମଧ୍ୟରୁ ୨,୨୪୪ ଜଣ ସରକାରଙ୍କ ଦ୍ୱାରା ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ମାଧ୍ୟମରେ ସେମାନଙ୍କୁ ଦିଆଯାଇଥିବା ମାର୍କରେ ସନ୍ତୁଷ୍ଟ ନହୋଇ ଅଫଲାଇନ ପରିକ୍ଷା ପାଇଁ ଅବେଦନ କରିଛନ୍ତି ।

Leave a Reply

%d bloggers like this: