Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

OBOR: ଭାରତ, ଆମେରିକା ଓ ଅଷ୍ଟ୍ରେଲିଆକୁ ଏକାଠି କରି ଚୀନକୁ ଜବାବ ଦେବ ଜାପାନ

Total Views 51

ଓ୍ଵାନ ବେଲ୍ଟ ଓ୍ଵାନ ରୋଡ(ଓବିଓଆର) ଜରିଆରେ ପୁରା ଦୁନିଆରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନକୁ ବଡ଼ ଝଟକା ଲାଗିପାରେ। ଚୀନକୁ ଜବାବ ଦେବା ପାଇଁ ଏବେ ଭାରତ, ଆମେରିକା ଓ ଅଷ୍ଟ୍ରେଲିଅା ଏକ ସଙ୍ଗେ ଆଣିବାକୁ ରଣନୀତି ପ୍ରସ୍ତୁତ କରୁଛି ଜାପାନ। ଏହାକୁ ନେଇ ଚାରି ଦେଶର ନେତାଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତି ନେଇ ପ୍ରସ୍ତାବ ରଖାଯିବ।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନଭେମ୍ବର ୬ରେ ହେବାକୁ ଥିବା ସାକ୍ଷାତ ସମୟରେ ଏହି ବିଷୟରେ ପ୍ରସ୍ତାବ ରଖିବେ। ଏହି ପ୍ରସ୍ତାବ ଅନୁସାରେ ଚାରି ଦେଶର ନେତା ସ୍ଥଳ ଏବଂ ସମୁଦ୍ର ପଥରେ ହେଉଥିବା ନିଜର କାରବାର ଏବଂ ସୁରକ୍ଷା ମାମଲାରେ ସହଯୋଗକୁ ଆଗକୁ ବଢ଼ାଇବେ। ଦକ୍ଷିଣ-ପୂର୍ବ, ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟତୀତ ମଧ୍ୟ ପୂର୍ବ ଓ ଆଫ୍ରିକା ପର୍ୟ୍ୟନ୍ତ ଏହାକୁ ବିସ୍ତାର କରାଯିବ।

ଯେଉଁଥିରେ ଜାପାନ କୂଟନୀତିକୁ ଏମିତି ଜୋର ଦେବାକୁ ଚାହୁଁଛି ଯାହାର ଉଦ୍ଦେଶ୍ୟ ସମୁଦ୍ରକୁ ମୁକ୍ତି ଏବଂ ଅବାଧ ରଖିବା। ଏଥିରେ ଅର୍ଥବ୍ୟବସ୍ଥା ଓ ସୁରକ୍ଷା ଉପରେ ଆଲୋଚନା କରାଯିବ। ସେ କହିଛନ୍ତି ଯେ ଜାପାନାର ଉଦ୍ଦେଶ୍ୟ ଏସିଆରୁ ଆଫ୍ରିକା ପର୍ୟ୍ୟନ୍ତ ଉଚ୍ଚସ୍ତରୀୟ ଆଧାରଭୂତ ଢାଞ୍ଚା ପ୍ରସ୍ତୁତ କରିବା।

ଉଲ୍ଲେଖଯୋଗ୍ୟ ମଙ୍ଗଳବାର ଚୀନ କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନରେ ରାଷ୍ଟ୍ରପତି ସି ଜିନପଙ୍ଗ ବିଶାଳ ବେଲ୍ଟ ଏଣ୍ଡ ରୋଡ ପ୍ରୋଜେକ୍ଟ ଉପରେ ମୋହର ଲଗାଇଥିଲେ। ଏଥିରେ ଚୀନର ଓବିଓଆର ପ୍ରୋଜେକ୍ଟର ମହତ୍ଵ ଅଧିକ ବଢ଼ି ଯାଇଛି। ଏହି ଯୋଜନାରେ ଚୀନ ଦୁନିଆର ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ଚାହୁଁଛନ୍ତି। ଏହା ଜରିଆରେ ଚୀନ ୬୦ ରୁ ଅଧିକ ଦେଶକୁ ଯୋଡିବ ଏବଂ ଗ୍ଲୋବାଲ ଟ୍ରାନ୍ସପୋର୍ଟ ପାଇଁ ରାସ୍ତା ପ୍ରସ୍ତୁତ କରିବ। ଏହା ଦ୍ଵାରା ଅନ୍ୟ ଦେଶକୁ ନିଜର ମାଲ ଓ ଫଣ୍ଡ ଉପଲବ୍ଧ କରିବ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...