Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଇଣ୍ଡିଗୋ ବିମାନରେ ଲ୍ୟାପଟୋପରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Total Views 22

ତିରୁବନନ୍ତପୁରମରୁ ବେଙ୍ଗଲୁରୁ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀଙ୍କ ବ୍ୟାଗରୁ ଧୂଆଁ ଉଠିବାରୁ ବିମାନରେ ଆତଙ୍କ ଖେଳି ଯାଇଛି। ପରେ ଜଣା ପଡ଼ିଲା ଯେ ବ୍ୟାଗରେ ରଖାଯାଇଥିବା ଲ୍ୟାପଟୋପ ଗରମ ହେବା କାରଣରୁ ଜଳି ଯାଇଛି। ତୁରନ୍ତ ଅଗ୍ନିନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯିବା ସହ ବିମାନ ଅବତରଣ ନକରିବା ପର୍ୟ୍ୟନ୍ତ ଲ୍ୟାପଟପ ସମେତ ପୁରା ବ୍ୟାଗକୁ ପାଣିରେ ବୁଡ଼ାଇ ରଖାଯାଇଥିଲା। ଏଥିସହ ବିମାନ ଦୁର୍ଘଟଣାରୁ ଅଳ୍ପକେରୁ ବର୍ତ୍ତିଯାଇଥିଲା।

ସୂଚନା ମୁତାବକ ଏହି ଘଟଣା ଶନିବାର ଘଟିଛି। ମାତ୍ର ଏୟାରଲାଇନ୍ସ ଏହାର ସୂଚନା ସୋମବାର ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ତିରୁବନନ୍ତପୁରମ-ବେଙ୍ଗଲୁରୁର ବିମାନ ନମ୍ବର ୬ଇ-୪୪୫ରେ କ୍ରୁ ମେମ୍ବର୍ସ କ୍ୟାବିନରୁ ଧୂଆଁର ଗନ୍ଧ ଆସୁଥିବା ଜାଣିପାରିଥିଲେ। କ୍ରୁ ମେମ୍ଵର ଦେଖିଲେ ଯେ ସିଟ ପଛ ପଟେ ଟଙ୍ଗା ଯାଇଥିବା ବ୍ୟାଗରୁ ଧୂଆଁ ବାହାରୁଛି। ତୁରନ୍ତ ପାୟଲଟଙ୍କୁ ଏହାର ସୂଚନା ଦିଆଯାଇଥିଲା। ଏହା ପରେ ନିଆଁକୁ ତତ୍କାଳ ଆୟତ୍ତ କରାଯାଇଥିଲା ଏବଂ ବିମାନକୁ ସଫଳତାର ସହ ଅବତରଣ କରାଯାଇଥିଲା। ବିମାନରେ ୧୮୬ଯାତ୍ରୀ ଯାତ୍ରୀ ଓ ୬ କ୍ରୁ ମେମ୍ବର ଥିଲେ।

ଇଣ୍ଡିଗୋର ମୁଖପାତ୍ର କହିଛନ୍ତି ଯେ ସତର୍କତାମୂଳକ ସେଠାରେ ବସିଥିବା ଯାତ୍ରୀଙ୍କୁ ଅନ୍ୟ ସିଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ନିଆଁକୁ କାବୁ କରାଯାଇଥିଲା। ଏହା ପରେ ଲ୍ୟାପଟପ ସମେତ ପୁରା ବ୍ୟାଗକୁ ପାଣିରେ ବୁଡ଼ାଇ ରଖାଯାଇଥିଲା। ଏହା ପରେ ବିମାନ ୧୮୬ ଯାତ୍ରୀଙ୍କ ସହ ସୁରକ୍ଷିତ ଭାବେ ବେଙ୍ଗଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...