Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

Total Views 74

ରେଳ ଦୁର୍ଘଟଣା ନେଇ ରେଳମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ତାଗିଦ୍ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ । କଣ ପାଇଁ ଦୁର୍ଘଟଣା ଘଟିଲା ସେନେଇ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ । ଟ୍ୱିଟ୍ କରି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଦୁର୍ଘଟଣାର କାରଣ ଜଣାଇବାକୁ କହିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା କାରଣ ଜଣାଇବାକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ । ପ୍ରାଥମିକ ତଦନ୍ତ ଆଧାରରେ ରେଳ ଦୁର୍ଘଟଣାର କାରଣ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ପ୍ରଭୁ । ଦୁର୍ଘଟଣା ପାଇଁ କିଏ ଉତ୍ତରଦାୟୀ ତାହା ଜଣାଇବାକୁ ନିର୍ଦ୍ଦେଶ ଦେିଛନ୍ତି ରେଳମନ୍ତ୍ରୀ ପ୍ରଭୁ ।

ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ରହିଛି କି । ସେନେଇ ତଦନ୍ତ ଦୁର୍ଘଟଣାର ଯାଂଚ କରୁଛି ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ । ଉତ୍ତରପ୍ରଦେଶ ମୁଜାଫରନଗର ଖତୌଲିରେ ପ୍ରାଥମିକ ତଦନ୍ତ କରିବା ପରେ ଦୁର୍ଘଟଣାକୁ ମନୁଷ୍ୟକୃତ ବୋଲି କହିଛି ଏଟିଏସ । ଦୁର୍ଘଟଣା ପାଇଁ ରେଲବାଇ ମେଂଟେନାନ୍ସ ଟିମକୁ ଏଟିଏସ ଦାୟୀ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଟ୍ରାକ ମରାମତି ଅଧାରେ ଛାଡି ଦେଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡାଇ ଦେଇହେବନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଦିଗରେ ଥିବା ସମସ୍ତ ସମ୍ଭାବନାକୁ ଅନୁଧ୍ୟାନ କରିବା ସହ ଛାନଭିନ କରୁଛି ଏଟିଏସ ।

ସେପଟେ କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ ବୋଲି ରେଳ ଧାରଣାର ଦୃଶ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି । ଦୁର୍ଘଟଣାର କିଛି ସମୟ ଆଗରୁ ରେଲବାଇର ମେନଟେନାନ୍ସ ଟିମ ଆସି ଟ୍ରାକକୁ ଖୋଳି ମରାମତି କରୁଥିଲେ । ଏହି ସମୟରେ ବର୍ଷା ହେବାରୁ ମରାମତି କାମ ଅଧାରୁ ଛାଡି ଚାଲିଯାଇଥିଲେ । ତେବେ ଏନେଇ ଖୌତଲି ଷ୍ଟେସନକୁ ମଧ୍ୟ ସେମାନେ ଅବଗତ କରିନଥିବା ଜଣାପଡିଛି । ଯାହାକୁ ନେଇ ଏତେ ବଡ ଦୁର୍ଘଟଣା ଘଟି ଅକାଳରେ ୨୧ ଜଣଙ୍କ ଜୀବନ ଯାଇଛି ।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...