Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

Total Views 36

ଆଧାର କାର୍ଡ ଲିଙ୍କ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ମୋବାଇଲ ଫୋନ୍ ନମ୍ବରକୁ ଆଧାର ଲିଙ୍କ କରିବା ସଂପର୍କିତ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆଧାରର ବୈଧତା ନେଇ ମମତା ବାନାର୍ଜୀଙ୍କ ପଶ୍ଟିମବଙ୍ଗ ସରକାର ଉଠାଇଥିବା ପ୍ରଶ୍ନ ଉପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନିୟମକୁ ରାଜ୍ୟ ସରକାର ଚ୍ୟାଲେଂଜ କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏ.କେ. ସିକ୍ର. ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମମତାଙ୍କୁ ଭତ୍ସନା କରି କହିଛନ୍ତି, ଆଧାର ସମ୍ବନ୍ଧିତ ବିବାଦର ପରୀ କ୍ଷା କରାଯିବ କିନ୍ତୁ ସଂସଦରେ ପାସ ହୋଇଥିବା ନିୟମ ବିରୋଧରେ ପିଟିସନ ଆବେଦନ କରିପାରିବେ ନାହିଁ ରାଜ୍ୟସରକାର ।

ସେହିପରି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ସେ ବ୍ୟକ୍ତିଗତ ଭାବେ କୋର୍ଟରେ ଆବେଦନ କରିପାରିବେ ଯେଉଁଥିରେ କୁହାଯାଇଛି ଆଧାର କାର୍ଡ ବିନା ସାମାଜିକ ସୁରକ୍ଷା ସ୍କିମ ଲାଭ ବଢାଯାଇପାରିବ ନାହିଁ । ବ୍ୟକ୍ତିଗତ ଭାବେ ଯେକେହି ଆବେଦନ କରିପାରିବେ , କିନ୍ତୁ ରାଜ୍ୟ ସରକାର କରିପାରିବେ ନାହିଁ । ସାଧାରଣ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆବେଦନ କଲେ ତାହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

କିନ୍ତୁ ଯଦି କେନ୍ଦ୍ର ସରକାରଙ୍କ ଆଇନକୁ ରାଜ୍ୟ ସରକାର ନମାନିବେ ତେବେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ନିୟମକୁ ଚ୍ୟାଲେଂଜ୍ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଚାରି ସପ୍ତାହ ସମୟ ମଧ୍ୟରେ ଜବାବ ଦାଖଲ ପାଇଁ ଖଣ୍ଡପୀଠ କହିଛନ୍ତି । । ନିଜ ମୋବାଇଲ ଫୋନ୍ କୁ ଆଧାର ଲିଙ୍କ କରିବେନି ବୋଲି ଖୋଲା ଚେତାବନୀ ଦେବା ସହ କେନ୍ଦ୍ରର ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମତା ବାନାର୍ଜୀ ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...