Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଆମେରିକା ଧନି ତାଲିିକା: ୯୨ଟି ସ୍ଥାନ ତଳକୁ ଖସିଲେ ଟ୍ରମ୍ପ, ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

Total Views 74

ଆମେରିକାର ଶକ୍ତିଶାଳୀ ବ୍ୟକ୍ତି ହେବା ପରେ ମଧ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି କମ ହେବା ଆଶ୍ଚର୍ଯ୍ୟର ବିଷୟ । କିନ୍ତୁ ଏଭଳି ଘଟଣା ଫୋବର୍ସ ପତ୍ରିକାରେ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଶ୍ରେଷ୍ଠ ଧନୀ ତାଲିକାରେ ୯୨ଟି ସ୍ଥାନକୁ ଖସିଛନ୍ତି । ଫୋବର୍ସର ନୂଆଁ ତାଲିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ୬୦୦ ମିଲିୟନ ଡଲାର ଅର୍ଥାତ ୩,୯୦୦ କୋଟି ଟଙ୍କା ହୋଇ ୩.୧ ବିଲିୟନ ଡଲାରରେ ପହଞ୍ଚିଛି ।

ଫୋବର୍ସର ଆମେରିକାର ୪୦୦ କୋଟିପତି ତାଲିକାରେ ଟ୍ରମ୍ପ ୧୫୬ ସ୍ଥାନରୁ ଖସି ୨୪୮ରେ ପହଞ୍ଚିଛନ୍ତି । ଟ୍ରମ୍ପଙ୍କ ସହିତ ଏହି ତାଲିକାରେ କମ ବୟସ୍କରେ ଧନି ହୋଇ ପାରିଥିବା ୨୭ ବର୍ଷିଅ ସ୍ନାପଚେଟର ପ୍ରତିଷ୍ଠାତା ୨୪୮ ସ୍ଥାନରେ ଅଛନ୍ତି । ନ୍ୟୁୟର୍କ ଓ ଅନ୍ୟ ବ୍ୟବସାୟିକ ଅଞ୍ଚଳରେ ରିଟେଲ ବଜାର ତଳକୁ ଖସିବାରୁ ଏଭଳି ହୋଇଛି । କିନ୍ତୁ ଫୋବର୍ସ କହିଛି, ଧନି ଲୋକଙ୍କର ସମ୍ପତ୍ତି ବିଭିନ୍ନ ସୂତ୍ରରୁ ପ୍ରସ୍ତୁତ କରାଯାଇଛି ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ କ୍ରମାନ୍ୱୟରେ ୨୪ ଥର ପାଇଁ କୋଟି ପତି ତାଲିକାର ଶୀର୍ଷରେ ଅଛନ୍ତି । ଗେଟ୍ସଙ୍କ ସମ୍ପତ୍ତି ୮୯ ବିଲିୟନ ଡଲାରରେ ପହଞ୍ଚିଛି । ତାଲିକାର ୨ୟ ସ୍ଥାନରେ ରହିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ (୮୧.୫ ବିଳିୟନ ଡଲାର) । ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବାରେ ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ମାର୍କଙ୍କ ସମ୍ପତ୍ତିରେ ୧୫.୫ବିଲିୟନ ଡଲାର ବଢ଼ିଛି । ସେ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...