Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ବଢ଼ୁଛି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା: ନଫ ନଦୀରେ ବୁଡ଼ିଲା ଡଙ୍ଗା, ୮ ମୃତ, ୧୨ ନିଖୋଜ

Total Views 68

ମିଆଁମାରରୁ ବାହାର କରିଦିଆଯାଉଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପୀଡ଼ା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ମିଆଁମାରରୁ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ନଦୀ ପଥରେ ବାଂଲାଦେଶ ପାର କରାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଡଙ୍ଗା ବୁଡ଼ିରେ ଏ ପର୍ୟ୍ୟନ୍ତ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ କୋମଳମତି ନିରୀହ ଶିଶୁ ସାମିଲ ଅଛନ୍ତି ।

ଏହି ଡଙ୍ଗାଟି ମିଆଁମାର ଓ ବାଂଲାଦେଶ ମଝିରେ ବହୁଥିବା ନଫ ନଦୀ ବାଟ ଦେଇ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କୁ ପାର କରାଉଥିଲା । ବାଂଲାଦେଶୀ ସୀମା ଆରକ୍ଷୀ ଅଧିକାରୀ କମାଣ୍ଡର ଲେଫ୍ଟେନାଣ୍ଟ କର୍ଣ୍ଣଲ ଏସ ଏମ ଆରିଫ-ଉଲ- ଇସ୍ଲାମ କହିଛନ୍ତି ଯେ ଅନୁମାନ କରାଯାଉଛି ଯେ ଡଙ୍ଗାରେ ମୋଟ ୫୦ ଲୋକ ନଦୀ ପାର ହେଉଥିଲେ । ସେ କହିଛନ୍ତି ଯେ ଆଠ ଜଣଙ୍କର ଶବ ଭାସି ଆସି ନଦୀ କୂଳରେ ଲାଗିଛି , ୨୧ ଜଣଙ୍କୁ ସୁରକ୍ଷିତ ନଦୀ କୂଳରୁ ଉଦ୍ଧାର କରାଯାଇଛି ଓ ୧୨ ଜଣରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । କର୍ଣ୍ଣଲ ଏସ ଏମ ଆରିଫ-ଉଲ- ଇସ୍ଲାମଙ୍କ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଛୋଟପିଲା ଅଛନ୍ତି ।


ପ୍ରାପ୍ତ ସୂଚନା ଅନୁସାରେ ଡଙ୍ଗାଟି ବେଶ ଛୋଟ ଥିଲା ଏବଂ କ୍ଷମତାଠୁ ଅଧିକ ଲୋକଙ୍କୁ ପାର କରାଉଥିଲା । ଏହା ଏକ ସାମାନ୍ୟ ମାଛଧରା ଡଙ୍ଗା ଥିଲା ଯେଉଁଥିରେ ଏତେ ସଂଖ୍ୟକ ଲୋକ ଜୀବନ ବିକଳରେ ନଦୀ ପାର ହେଉଥିଲେ । କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ବସିଥିବାରୁ ଅଧା ବାଟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଡଙ୍ଗାଟି ବାଂଲାଦେଶ ତଟବର୍ତ୍ତୀ ସୀମାଠାରୁ ମାତ୍ର ୨୦୦ ମିଟର ଦୂରରେ ବୁଡ଼ିଯାଇଛି ।

କିଛି ଦିନ ତଳେ ଏହି ନଦୀ ଯୋଗେ ପାର ହେଉଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଉ ଏକ ଡଙ୍ଗା ମଧ୍ୟ ବୁଡ଼ିଯାଇଥିଲା । ମିଆଁମାର ସେନାର ଅତ୍ୟାଚାର ପରେ ପ୍ରାୟ ପାଞ୍ଚ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ବାଂଲାଦେଶ ଚାଲି ଆସିଛନ୍ତି। ମିଆଁମାରରୁ ବାଂଲାଦେଶ ଆସିବା ପାଇଁ ଏକ ମାତ୍ର ଭରସା ଏହି ନଫ ନଦୀରେ ପ୍ରାୟ ୧୨ଟି ଡଙ୍ଗା ବୁଡ଼ିବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...