Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଜଳନ୍ତା କାରରେ ଭାରତୀୟ ମୂଳ ନିବାସୀ ମହିଳାଙ୍କୁ ଛାଡ଼ି ଫେରାର ହେଲା ଡ୍ରାଇଭର, ମହିଳାଙ୍କ ମୃତ୍ୟୁ

Total Views 68

ଆମେରିକାରେ ଏକ ଦୁର୍ଘଟଣା ପରେ କାରରେ ଜଳି ଯାଇ ଏକ ଭାରତୀୟ ମୂଳ ନିବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ହରଲିନ ଗ୍ରେଓ୍ଵାର(୨୫ବର୍ଷ)। ପୋଲିସ ମୁତାବକ ଶୁକ୍ରବାର ସଇଦ ଅହମଦ(୨୩) ନିଜର ଲଗଜରୀ ଇନଫିନିଟି ୩୫ଜି କାରକୁ ଏକ କଙ୍କ୍ରିଟ ବ୍ୟରିୟର ସହ ଧକ୍କା ଦେଇଥିଲା। ଫଳରେ କାରରେ ନିଆଁ ଲାଗିଯାଇଥିଲା। ଏହା ପରେ ଅହମଦ ନିଜେ କାରରୁ ବାହାରି ଆସିଥିଲା। କିନ୍ତୁ କାରରେ ଯାତ୍ରା କରୁଥିବା ହରଲିନଙ୍କୁ ସେ ଜଳନ୍ତା ଅବସ୍ଥାରେ ଭିତରେ ଛାଡ଼ି ଦେଇଥିଲା।

ଏହି ଘଟଣା ବ୍ରୁକଲିନ-କ୍ଵିନ୍ସ ଏକ୍ସପ୍ରେସ ଓ୍ଵେରେ ଘଟିଛି। ଯେତେବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସେତେବେଳେ କାରର ଯାତ୍ରୀ ସିଟରେ ହରଲିନଙ୍କ ଜଳି ଯାଇଥିବା ମୃତ ଶରୀର ମିଳିଥିଲା। ଡ୍ରାଇଭର ଅହମଦ ଜଳନ୍ତା ଅବସ୍ଥାରେ କାର ଭିତରେ ହରଲିନଙ୍କୁ ଛାଡ଼ି ଦେଇ ନିଜେ ହସ୍ପିଟାଲ ପଳାଇଥିଲା। ପୋଲିସ ଡ୍ରାଇଭରକୁ ହସ୍ପିଟାଲରୁ ଗିରଫ କରି ନେଇଛି।

ଡ୍ରାଇଭର ବିରୋଧରେ ହତ୍ୟା ତଥା ଘଟଣାସ୍ଥଳରୁ ପଳାୟନ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଅନ୍ୟ ପଟେ ଡ୍ରାଇଭର ସଇଦର ଭାଇ ଓ୍ଵାହିଦ କହିଛି ଯେ ସେ ହରଲିନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ମାତ୍ର ମହିଳା ଜଣକ କାରରୁ ଫସିଯାଇଥିଲେ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...