Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଆସନ୍ତାକାଲି ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀ-ସିଞ୍ଜୋ ଆବେଙ୍କ ରୋଡ ସୋ’

Total Views 184

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜାପାନୀ ସମକକ୍ଷ ସିଞ୍ଜୋ ଆବେ ଗୁଜୁରାଟର ଅହମଦାବାଦରେ ସେପ୍ଟେମ୍ବର ୧୩ରେ ରୋଡ ସୋ’ରେ ଭାଗ ନେବେ। ୮କିଲୋମିଟର ରୋଡ ସୋ’ ଅହମଦାବାଦ ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତି ଆଶ୍ରମରେ ଶେଷ ହେବ। ଭାରତୀୟ ଜନତା ପାର୍ଟି ତରଫରୁ ଏହି ସୂଚନା ଗଣମାଧ୍ୟମକୁ ଦିଆଯାଇଛି। ୨ ଦିନିଆ ଭାରତ ଗସ୍ତରେ ଆବେ ବୁଧବାର ଅହମଦାବାରେ ପହଞ୍ଚିବେ। ଆବେଙ୍କ ଗସ୍ତ ଅବସରରେ ମୋଦୀ ୧୨ତମ ଭାରତ-ଜାପାନ ବାର୍ଷିକ ଅଧିବେଶନର ଆୟୋଜନ କରୁଛନ୍ତି।

ଭାରତ ପାଇଁ ଏହା ହେଉଛି ପ୍ରଥମ ଯେ, ଆମର ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ଭାବରେ ରୋଡ ସୋ’ରେ ଭାଗ ହେବାକୁ ଯାଉଛି। ଏହା ଭାରତ ପାଇଁ ଖୁସିର ଖବର। ଜାପାନ ପ୍ରଧାନମନ୍ତ୍ରୀ ଏଠାରେ ସେପ୍ଟେମ୍ବର ୧୩ରେ ପହଞ୍ଚିବେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହେବ, କାରଣ ସେ ସିଧାସଳଖ ଗୁଜୁରାଟରେ ପହଞ୍ଚିବେ। ରାଜ୍ୟ ବିଜେପି ସଭାପତି ଜିତୁଭାଇ ଭଗହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରୋଡ ସୋ’ ପୂର୍ବରୁ ଉଭୟ ନେତାଙ୍କୁ ଭବ୍ୟ ସ୍ୱାଗତ କରାଯିବ।

ଅହମଦାବାଦ ମୁନିସିପାଲ କର୍ପୋରେସନ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ପ୍ରବୀଣ ପଟେଲ କହିଛନ୍ତି, ରୋଡ ସୋ’ରେ ବିପୁଳ ପରିମାଣରେ ଲୋକ ଭାଗନେବେ। ସେହିଭଳି ୨୮ଟି ମୁଖ୍ୟ ସ୍ଥାନରେ ନାଚଗୀତର ଆୟୋଜନ କରାଯାଉଛି। ୨୮ଟି ରାଜ୍ୟରୁ କଳାକାର ଆସି ୨୮ଟି ମଞ୍ଚମାନଙ୍କରେ ନୃତ୍ୟୁ ପ୍ରସ୍ତୁତି କରିବେ। ମହାତ୍ମା ଗାନ୍ଧୀଙ୍କ କର୍ମସ୍ଥଳୀ (୧୯୧୭-୧୯୩୦) ସାବରମତୀ ଆଶ୍ରମ ପରିଦର୍ଶନ ପରେ ଉଭୟ ନେତା ସନ୍ଧ୍ୟା ପର୍ୟ୍ୟନ୍ତ ବିଶ୍ରାମ ନେବେ ବୋଲି ପଟେଲ କହିଛନ୍ତି।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...