Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!

Total Views 69

ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମୀ ଗୌରୀ ଲଙ୍କେଶଙ୍କୁ ଗତ କାଲି ବେଙ୍ଗାଲୁରୁଠାରେ ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରାଯାଇଛି । ଗୌରୀ ରାତି ୮ଟାରେ ତାଙ୍କ ଅଫିସରୁ ଫେରି ରାଜରାଜେଶ୍ୱରୀନଗରସ୍ଥିତ ବାସଭବନରେ ପ୍ରବେଶ କରୁଥିବା ବେଳେ ୩ଜଣ ବାଇକ୍‌ ଆରୋହୀ ସେଠାରେ ପହଞ୍ଚି ତାଙ୍କୁ ୭ଥର ଗୁଳି କରିଥିଲେ । ଏଥିରୁ ୩ଟି ଗୁଳି ତାଙ୍କ ମୁଣ୍ଡ, ବେକ ଓ ଛାତିରେ ବାଜିଥିଲା ଓ ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଗୁଳି ଶବ୍ଦ ଶୁଣି ପରିବାର ସଦସ୍ୟମାନେ ଘର ମଧ୍ୟରୁ ବାହାରକୁ ଆସି ଗୌରୀଙ୍କ ଗୁଳିବିଦ୍ଧ ଶରୀରକୁ ଦେଖିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ।

ଗୌରୀ ବାମପନ୍ଥୀ ଓ ହିନ୍ଦୁତ୍ୱ ବିରୋଧୀ ଚିନ୍ତାଧାରା ସମ୍ପନ୍ନ ଥିଲେ। ସେ ‘ଲଙ୍କେଶ ପତ୍ରିକେ’ ନାମକ ଏକ ସାପ୍ତାହିକ କନ୍ନଡ଼ ସମ୍ବାଦପତ୍ର ପ୍ରକାଶ କରୁଥିଲେ। କନ୍ନଡ଼ ସାମ୍ବାଦିକତାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ତାଙ୍କ ବାପା ବିଶିଷ୍ଟ ଲେଖକ ପି ଲଙ୍କେଶଙ୍କ ପରି ସେ ବିବାଦୀୟ ରହିଥିଲେ। ବିଜେପି ସାଂସଦ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ରୁଜୁ ମାନହାନି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୬ରେ ୬ମାସ କାରାବରଣ କରିଥିଲେ। ଗୌରୀଙ୍କ ହତ୍ୟା ଖବର ପାଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକପ୍ରକାଶ କରିଛନ୍ତି। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା କହିଛନ୍ତି। ଅପରାଧୀମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...