Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଅନ୍ଧବିଶ୍ୱାସର ସୀମା ନାହିଁ, ଆମେରିକାରେ ବି ଭୂତ ଭୟ

Total Views 72

କୁହାଯାଏ ଶିକ୍ଷିତ ଲୋକେ ଭୂତପ୍ରେତ ଉପରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଦେଖାଯାଉଛି ଉଚ୍ଚଶିକ୍ଷିତମାନେ ବି ଭୂତକୁ ବିଶ୍ୱାସ କରନ୍ତି ଓ ଡରନ୍ତି। ଏବେ ଏମିତି ଏକ ଖବର ଆସିଛି ଆମେରିକାରୁ। ଖବରଟି ସିନା ଆମେରିକାର କିନ୍ତୁ ଭୂତକୁ ଡରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତୀୟ। ସେ ହେଉଛନ୍ତି ଏୟାର ଇଣ୍ଡିଆର ଜଣେ କ୍ରୁ ମେମ୍ବର। ତାଙ୍କୁ ଆମେରିକାରେ ଘାରିଛି ଭୂତ ଭୟ। ଆମେରିକାର ଚିକାଗୋ ସହରରେ ଯେଉଁ ହୋଟେଲ୍‌ରେ ଏୟାର ଇଣ୍ଡିଆ କ୍ରୁ ମେମ୍ବରଙ୍କ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇଛି ସେଠାରେ ଭୂତ ଅଛି ବୋଲି କହିଛନ୍ତି ଏହି କର୍ମଚାରୀ ଜଣଙ୍କ। ଆଉ ସେଥିପାଇଁ ହୋଟେଲ୍ ପରିବର୍ତ୍ତନ କରିବାକୁ ସେ ଏୟାର ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟକୁ ଅନୁରୋଧ କରିଛନ୍ତି। ଏହାର ଯାଞ୍ଚ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆର ଜଣେ କ୍ୟାବିନ୍ ଡେପୁଟି ଚିଫ୍ ଅଭିଯୋଗ କରିଛନ୍ତି ଯେ ଚିକାଗୋର ଏକ ହୋଟେଲ୍‌ରେ ଭୂତପ୍ରେତ ଅଛନ୍ତି। ସେ ୨୦୧୬ରୁ ଏହି ହୋଟେଲ୍‌କୁ ଆସୁଛନ୍ତି। ଯେତେବେଳେ ବି ଏହି ହୋଟେଲ୍‌ରେ ରହିଛନ୍ତି କିଛି ନା କିଛି ଅଘଟଣ ଘଟିଛି। ତେଣୁ ତୁରନ୍ତ ଏହାର ଯାଞ୍ଚ କରାଯାଇ ହୋଟେଲ୍ ବଦଳାଯାଉ ବୋଲି ସେ ଚିଠି ଲେଖି ଅନୁରୋଧ କରିଛନ୍ତି। ହୋଟେଲ୍ ନ ବଦଳାଇବା ପର୍ଯ୍ୟନ୍ତ ଚିକାଗୋକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ତାଙ୍କୁ ଡ୍ୟୁଟିରେ ନିୟୋଜିତ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...