Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା

Total Views 99

ସାଧ୍ଵୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ସ୍ଵତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷର ଜେଲ ସଜାରେ ଦଣ୍ଡିତ କରିଛନ୍ତି।। ଧାରା ୫୦୬,୩୭୬,୫୧୧ ଧାରାରେ ରହିମଙ୍କୁ ଏହି ସଜା ଦିଆଯାଇଛି। ଏହା ସହ ଧାରା ୩୭୬ ଅନୁସାରେ ୭୦ ହଜାର ଟଙ୍କା ଜୋରିମାନା ଲଗାଯାଇଛି।

ଦଣ୍ଡ ବିଧାନ ଶୁଣାଣି ପାଇଁ ରୋହତକ ଜେଲରେ କୋର୍ଟ ରୁମ ବନାଯାଇଥିଲା। କୋର୍ଟରେ ପ୍ରାୟ ଏକ ଘଣ୍ଟା ପର୍ୟ୍ୟନ୍ତ ଶୁଣାଣି କାର୍ୟ୍ୟ ଚାଲିଥିଲା। ଶୁଣାଣି ସମୟରେ କୋର୍ଟ ରୁମରେ ୮ ଜଣ ଉପସ୍ଥିତ ଥିଲେ। ଏବେ ରହିମ ଜେଲରେ ସାଧାରଣ କଏଦୀ ପରି ଜେଲରେ ରହିବ। କଏଦୀଙ୍କ ପରି କାମ କରିବ। ସ୍ଵାସ୍ଥ୍ୟ ପରୀକ୍ଷା ପରେ ରହିମକୁ ଜେଲ ପଠାଯିବ।

ଶୁଣାଣି ପୂର୍ବରୁ ସ୍ଵତନ୍ତ୍ର ସିବିଆଇ ଜଜ ଜଗଦୀପ ସିଂହ ହେଲିକପ୍ଟର ଜରିଆରେ ରୋହତକର ସ୍ଵତନ୍ତ୍ର କୋର୍ଟରେ ପହଞ୍ଚିଥିଲେ। ସାଢ଼େ ୨ଟାରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ସ୍ଵତନ୍ତ୍ର ସିବିଆଇ ଜଜ ଜଗଦୀପ ସିଂହ ଦୁଇ ପକ୍ଷର ଓକିଲଙ୍କୁ ନିଜର ପକ୍ଷ ରଖିବାକୁ ୧୦ ମିନିଟର ସମୟ ଦିଆଯାଇଥିଲା। ଶୁଣାଣି ସମୟରେ ସିବିଆଇ ଓକିଲ ରାମ ରହିମଙ୍କୁ କଠୋର ସଜା ଦେବାକୁ ଅପିଲ କରିଥିଲେ। ଅନ୍ୟ ପଟେ ରାମ ରହିମଙ୍କ ଓକିଲ କହିଥିଲେ ଯେ ବାବା ଜଣେ ସାମାଜିକ କର୍ମୀ। ସେ ଅନେକ ସମାଜ ସେବା କରିଛନ୍ତି। ଲୋକଙ୍କ ଭଲ ପାଇଁ କାର୍ୟ୍ୟ କରିଛନ୍ତି। ତେଣୁ ଜଜଙ୍କୁ ରହିମଙ୍କ ପ୍ରତି ନରୋମ ମନୋଭାବ ପୋଷଣ କରିବା ଉଚିତ୍। ଶୁଣାଣି ସମୟରେ ବଳାତ୍କାରୀ ରହିମ ଜଜଙ୍କ ନିକଟରେ ଲୁହ ଝରାଇ କ୍ଷମାର ଭିକ ମାଗିଥିଲା। ମାତ୍ର ଜଜ ନିଜର କର୍ତ୍ତବ୍ୟ ପାଳନ କରି ଏହି ବଳାତ୍କାରୀକୁ ୧୦ ବର୍ଷ ଜେଲ ସଜାରେ ଦଣ୍ଡିତ କରିଛନ୍ତି।

ଜେଲର ଆଖପାଖରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ଗୁଳି କରିବାକୁ ଆଦେଶ ଦିଆଯାଇଛି। ହରିୟାଣା ଏବଂ ପଞ୍ଜାବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶତାଧିକ ସମର୍ଥକଙ୍କୁ ପ୍ରଥମରୁ ହିଁ ପୋଲିସ ଅଟକ କରି ରଖିଛି। ସେନା ଅର୍ଦ୍ଧସୈନିକ ବଳ ଓ ରାଜ୍ୟ ପୋଲିସର ଯବାନଙ୍କୁ ମୁତୟନ କରାଯାଇଛି। ରୋହତକ, ସିରସା ସମେତ ଅନେକ ଜିଲ୍ଲାର ସ୍କୁଲ-କଲେଜ ବନ୍ଦ କରାଯାଇଛି। ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରୋହତକ ଏବେ ପୋଲିସ ଛାଉଣିରେ ପରିଣତ ହୋଇଛି।

ଅଗଷ୍ଟ ୨୫ରେ ରାମ ରହିମଙ୍କୁ ସାଧ୍ଵୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ପଞ୍ଜାବ-ହରିୟାଣା ସମେତ ୫ଟି ରାଜ୍ୟରେ ଡେରା ସମର୍ଥକ ଭୀଷଣ ହିଂସାକାଣ୍ଡ କରିଥିଲେ। ଏହି ଘଟଣାରେ ଏପର୍ୟ୍ୟନ୍ତ ୪୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିଛି। ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...