Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆସନରେ ବସିଲେ ଜଷ୍ଟିସ ଦୀପକ ମିଶ୍ର,ଶପଥ ପାଠ କରାଇଲେ ରାଷ୍ଟ୍ରପତି

Total Views 94

ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବରେ ସୋମବାର ଜଷ୍ଟିସ ଦୀପକ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ଆଜି ସକାଳ ୯ଟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଜଷ୍ଟିସ ଜେ ଏସ୍‌ ଖେହରଙ୍କ ପରେ ଦେଶର ୪୫ ତମ ପ୍ରଧାନ ବିଚାରପତି ଭାବରେ ସେ ଆଜି ଅଧିଷ୍ଠିତ ହୋଇଛନ୍ତି । ତୃତୀୟ ଓଡିଆ ଭାବରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି । ପୂର୍ବରୁ ଦୁଇ ଓଡିଆ ରଙ୍ଗନାଥ ମିଶ୍ର ଓ ଗୋପାଳବଲ୍ଲଭ ପଟ୍ଟନାୟକ ଏହି ଆସନରେ ବସିଥିଲେ । ଆସନ୍ତା ୨୦୧୮ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ୨୦୧୧ ଅକ୍ଟୋବର ୧୦ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା ।

ଜଷ୍ଟିସ ଜେ ଏସ୍‌ ଖେହର ଗତ କାଲି ମୁଖ୍ୟ ବିଚାରପତି ପଦରୁ ଅବସର ନେଇଛନ୍ତି । ବିଦାୟ ନେଇଥିବା ଏବଂ ଆସନ ଅଳଙ୍କୃତ କରିଥିବା ଦୁଇ ବିଚାରପତି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସିନେମା ହଲ୍ ଗୁଡ଼ିକରେ ଜାତୀୟ ସଂଗୀତ ଗାନ ଏବଂ ଅର୍ଦ୍ଧ ରାତ୍ରିରେ ୟାକୁବ ମେମନର ଫାଶୀ ଦଣ୍ଡାଦେଶ ଉପରେ ମୋହର ମାରିବା ସମେତ ଦିଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଫାଶି ଦଣ୍ଡାଦେଶ ଜଷ୍ଟିସ ଦୀପକ ମିଶ୍ର ହିଁ ଶୁଣାଇଥିଲେ । ତିନି ତଲାକର ଗୁରୁତ୍ୱପୂର୍ଣ୍ଣ ରାୟ ପାଇଁ ଜଷ୍ଟିସ ଖେହର ସ୍ମରଣୀୟ ରାୟ ଏଭଳି ଯାହା ଇତିହାସ ସୃଷ୍ଟି କରିଥାଏ । ଜଷ୍ଟିସ ଖେହର ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆଇନକୁ ରବ୍ଦ କରିବାର ନିଷ୍ପତି ଶୁଣାଇଥିଲେ । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିର ନୁଆ ବ୍ୟବସ୍ଥା ଦେଉଥିବା ଏନ ଜେ ଏଏସି ଆଇନକୁ ଅସମ୍ବିଧାନିକ ଦର୍ଶାଇ ତାଙ୍କର ରାୟ ତାଙ୍କୁ ଚିରସ୍ମରଣୀୟ ରଖିବ ।

ଜଷ୍ଟିସ ମିଶ୍ରଙ୍କ ଆଦେଶରୁ ଦେଶର ସବୁ ସିନେମା ହଲରେ ଜାତୀୟ ସଂଗୀତ ବାଜୁଛି । ପରଦା ଉପରେ ତ୍ରିରଙ୍ଗା ଉଡ଼ୁଛି । ସବୁ ଦର୍ଶକ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରୁଛନ୍ତି । ୟାକୁବର ଫାଶୀ ଶୁଣାଇଛନ୍ତି ଜଷ୍ଟିସ ମିଶ୍ରଙ୍କ ଖଣ୍ଡପୀଠ । ୟାକୁବର କ୍ଷମା ପ୍ରାର୍ଥନାକୁ ନେଇ ସୁପ୍ରିମକୋର୍ଟରେ ସାରା ରାତି ଶୁଣାଣୀ କରି ଜଷ୍ଟିସ ଦୀପକ ମିଶ୍ର ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଭୋର ୫ଟାରେ ୟାକୁବର ଯାଚିକା ରବ୍ଦ କରି ସେ ଫାଶି ନିଷ୍ପତିରେ ମୋହର ଦେଇଥିଲେ ।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...