Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

କ୍ରମାଗତ ରେଳ ଦୁର୍ଘଟଣା ପରେ ଇସ୍ତଫା ଦେବାକୁ ଚାହୁଁଛନ୍ତି ରେଳ ମନ୍ତ୍ରୀ, ମୋଦୀ କହିଲେ ଅପେକ୍ଷା କରନ୍ତୁ

Total Views 111

ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କ୍ରମାଗତ ବଢ଼ୁଥିବା ଟ୍ରେନ ଦୁର୍ଘଟଣା ପାଇଁ ନୈତିକତା ଭାବେ ନିଜକୁ ଦାୟୀ ମନେ କରି ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ମାତ୍ର ତାଙ୍କର ଇସ୍ତଫା ଏପର୍ୟ୍ୟନ୍ତ ସ୍ଵୀକାର କରାଯାଇନାହିଁ ଏବଂ ଅପେକ୍ଷା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବୁଧବାର ରେଳ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟ୍ଵିଟ୍ କରି ଇସାରାରେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେଇସାରିଛନ୍ତି।

ପ୍ରଭୁ ୫ ଦିନରେ ଘଟିଥିବା ଦୁଇଟି ରେଳ ଦୁର୍ଘଟଣା ପାଇଁ ନିଜକୁ ଦାୟୀ ମନେ କରି ନିଜର ପକ୍ଷ ରଖିବାକୁ ଚେଷ୍ଟା କରିଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରଥମେ ଉତ୍କଳ ଏକ୍ସପ୍ରେସ ଏବଂ ପୁଣି ଏବେ କୈଫିୟତ ଏକ୍ସପ୍ରେସ ଦୁର୍ଘଟଣା ପରେ ରେଲଓ୍ଵେ ପ୍ରଶାସନ ଉପରେ ଅବହେଳାର ଅଭିଯୋଗ ଲଗାଯାଇଛି। ଖୁଦ ରେଳ ମନ୍ତ୍ରୀ ଆଲୋଚକଙ୍କ ଟାର୍ଗେଟରେ ଅଛନ୍ତି। ଅନ୍ୟ ପଟେ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି।

ପ୍ରଭୁ ଟ୍ଵିଟ୍ କରି କହିଛନ୍ତି ଯେ ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ରେଳ ଦୁର୍ଘଟଣାର ନୈତିକ ଦାୟିତ୍ଵ ନେଇଛି। ପ୍ରଧାନମନ୍ତ୍ରୀ ମୋତେ ଅପେକ୍ଷା କରିବାକୁ କହିଛନ୍ତି। ପ୍ରଭୁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ଯାତ୍ରୀଙ୍କ ଆହତ ଏବଂ ସେମାନଙ୍କର ଧନ-ଜୀବନ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...