Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ସ୍ୱାଧୀନତା ଦିବସରେ ଭାଗ ନେବାକୁ ପାକିସ୍ତାନ ପହଁଚିଲେ ଚୀନ ଉପ ପ୍ରଧାନମନ୍ତ୍ରୀ

Total Views 222

ଗୋଟିଏ ପଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବିବାଦ ବଢୁଥିବା ବେଳେ, ପାକିସ୍ତାନ ଓ ଚୀନ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାକୁ ଯାଉଛି । ଚୀନର ଉପ ପ୍ରଧାନମନ୍ତ୍ରୀ ୱାଙ୍ଗ ୟାଙ୍ଗ ପାକିସ୍ତାନର ୭୦ତମ ସ୍ୱାଧୀନତା ଦିବସ ଅବସରରେ ସୋମବାର ଇସଲାମାବାଦରେ ଯୋଗ ଦେଇଛନ୍ତି । ଦୁଇ ଦିନିଆ ଗସ୍ତ କରିଥିବା ୟାଙ୍ଗ ଧ୍ୱଜାରୋହଣ ସମାରୋହରେ ଭାଗ ନେଉଛନ୍ତି ।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ୟାଙ୍ଗ ରବିବାର ପାକିସ୍ତାନ ପହଁଚିଛନ୍ତି । ପାକିସ୍ତାନର ଅନେକ ଅଧିକାରୀ ୟାଙ୍ଗଙ୍କୁ ବେଞ୍ଜିର ଭୁଟୋ ବିମାନବନ୍ଦରରେ ସ୍ୱାଗତ କରିବାକୁ ପହଁଚିଥିଲେ । ଏହି ଗସ୍ତ କାଳରେ ୟାଙ୍ଗ ପାକିସ୍ତାନର ରାଷ୍ଟ୍ରପତି ମମନୁନ ହୁସେନ, ପ୍ରଧାନମନ୍ତ୍ରୀ ସାହିଦ ଖକ୍କାନ ଅବାସୀଙ୍କ ସହିତ ପାକିସ୍ତାନୀ ସେନାର ମୁଖ୍ୟ ଜାଭେଦ ବାଜବା ଓ ବିଦେଶ ମନ୍ତ୍ରୀ ଖାବଜା ଆସିଫଙ୍କୁ ସାକ୍ଷାତ କରିବେ ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ପାକିସ୍ତାନ ଓ ଚୀନ ମଧ୍ୟରେ ସମ୍ପର୍କର ବୃଦ୍ଧି ଘଟିଛି । ୱାଙ୍ଗ ୟାଙ୍ଗ ପାକିସ୍ତାନରେ ସିପିଇସିର ଅନେକ ପ୍ରକଳ୍ପ ଆରମ୍ଭ କରିବେ । ଚୀନ ଉପ ପ୍ରଧାନମନ୍ତ୍ରୀ ଏଠାରେ କିଛି ନୂଆଁ ବୁଝାମଣା ଉପରେ ସ୍ୱାକ୍ଷର କରିବେ । ଏହା ପୂର୍ବରୁ ୨୦୧୭ ମାର୍ଚ୍ଚରେ ଚୀନ ସେନା ପାକିସ୍ତାନ ଦିବସରେ ପରେଡରେ ଭାଗ ନେଇଥିଲା ।

ୱାଘା-ଅଟାରୀ ସୀମାରେ ଉଡ଼ିଲା ପାକିସ୍ତାନୀ ପତାକା: ପାକିସ୍ତାନ ନିଜର ୭୦ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପାକିସ୍ତାନୀ ସେନା ମୁଖ୍ୟ କମର ଜାଭେଦ ବାଜବା ଅଧ ରାତିରେ ୱାଘା-ଅଟାରୀ ସୀମା ନିକଟରେ ନିଜର ଜାତୀୟ ପତାକା ଉଡ଼ାଇଛନ୍ତି । କୁହାଯାଉଛି, ଏହି ପତାକା ଦକ୍ଷିଣ ଏସିଆର ସବୁଠାରୁ ବଡ ଓ ବିଶ୍ୱର ୮ମ ସବୁଠାରୁ ବଡ ପତାକା ଅଟେ । ଏହା ୧୨୦ଫୁଟ ଲମ୍ବା ହୋଇଥିବା ବେଳେ, ୮୦ଫୁଟ ଚଉଡ଼ା ହୋଇଛି ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...