Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ହିମାଚଳ ପ୍ରଦେଶରେ ଭୂସ୍ଖଳନ: ଖାଲରେ ପଡ଼ିଲା ୨ଟି ବସ, ୩୦ ଜଣଙ୍କ ମୃତ୍ୟୁ ଆଶଙ୍କା, ୮ ମୃତଦେହ ଉଦ୍ଧାର

Total Views 59

ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା କାରଣରୁ ମଣ୍ଡି-ପଠାନକୋଟ ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଭୂସ୍ଖଳନରେ ୨ଟି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏପର୍ୟ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି। ଖାଲରେ ପଡ଼ିଥିବା ଦୁଇଟି ବସ ମଧ୍ୟରୁ ଗୋଟିଏ ବସ କାଦୁଅରେ ଦବି ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ରାଜ୍ୟ ପରିବହନ ମନ୍ତ୍ରୀଙ୍କ କହିବା କଥା ମୃତ୍ୟୁ ସଂଖ୍ୟା ୫୦ ପର୍ୟ୍ୟନ୍ତ ପହଞ୍ଚିପାରେ।
ଗୋଟିଏ ବସ ମନାଲିରୁ କଟରା ଏବଂ ଦ୍ଵିତୀୟ ବସ ମନାଲିରୁ ଚମ୍ବା ଯାଉଥିଲା। ରାସ୍ତାରେ ଜଳଖିଆ ପାଇଁ ଏହି ଦୁଇ ଵସ କୋଟରୁପିରେ ଅଟକିଥିଲେ। ଏହି ସମୟରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଦୁଇ ବସ ପ୍ରାୟ ୮୦୦ ମିଟର ଖାଲକୁ ଖସି ପଡ଼ିଥିଲେ। ଏଥିରୁ ମନାଲିରୁ ଚମ୍ବା ଯାଉଥିବା ବସ ଏବେ ସୁଦ୍ଧା କାଦୁଅରେ ସଂପୂର୍ଣ୍ଣ ଦବି ରହିଛି। କୁହାଯାଉଛି ଯେ କାଦୁଅରେ ଦବି ରହିଥିବା ବସରେ ୩୦ ରୁ ୪୦ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଯାତ୍ରୀଙ୍କ ବିଷୟରେ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ଡିଜିପି ସୋମେଶ ଗୋଏଲଙ୍କ ସୂଚନା ମୁତାବକ ମନାଲିରୁ କଟରା ଯାଉଥିବା ଭଲବୋ ବସରେ ୮ ଏବଂ ମନାଲିରୁ ଚମ୍ବା ଯାଉଥିବା ବସରେ ୪୭ ଯାତ୍ରୀ ଯାତ୍ରା କରୁଥିଲେ। ଏପର୍ୟ୍ୟନ୍ତ ୮ ମୃତଦେହ ଉଦ୍ଧାର କରାଯାଇଛି। ଆର୍ମି ଏବଂ ଏନଡିଆରଏଫ ଟିମ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...