Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଜିନପିଙ୍ଗ କହିଛନ୍ତି ଆମ ସେନା କୌଣସି ଆକ୍ରମଣ କୁ ବିଫଳ କରିପାରେ

Total Views 75

ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଚୀନର ରାଷ୍ଟ୍ରପତି ଏକ ବଡ଼ ବୟାନ ଦେଇଛନ୍ତି । ମଙ୍ଗଳବାର ଶି ଜିନପିଙ୍ଗ ନିଜର ବୟାନ ଦେଇ କହିଛନ୍ତି ଯେ ଆମେ କୌଣସି ବ୍ୟକ୍ତି, ସଂଗଠନ ଅଥବା ରାଜନୈତିକ ଦଳକୁ ଚୀନର କୌଣସି ଅଂଶକୁ ଦେଶଠାରୁ କେବେ ଏବଂ କୌଣସି ପରିସ୍ଥିତିରେ ଅଲଗା କରିବାର ଅନୁମତି ଦେବୁନାହିଁ । ଚୀନୀ ସେନା ସମସ୍ତଙ୍କୁ ହରାଇବାର ଶକ୍ତି ରଖିଛି । ତେବେ ଚୀନ ନିଜର ସପ୍ରଭୁତା ଏବଂ ସୁରକ୍ଷା ସହ କେବେ ବି ସାଲିସ୍‌ କରିବ ନାହିଁ ବୋଲି ଜିନପିଙ୍ଗ କହିଛନ୍ତି ।

ଚୀନର ୨୩ ଲକ୍ଷ ଯବାନ ବିଶିଷ୍ଠ ପିପୁଲ୍ସ ଲିବରେସନ ଆର୍ମୀର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ୱୋଧନା ଦେବା ଅବସରରେ ଜିନପିଙ୍ଗ ନିଜର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ଚୀନର ଜନତା ଶାନ୍ତିପ୍ରୀୟ ଅଟନ୍ତି । ଆମେ କେବେ ବି ଆକ୍ରମଣକରିବାକୁ ଅଥବା ନିଜ କ୍ଷେତ୍ରକୁ ବିସ୍ତାର କରିବାର ପ୍ରୟାସ କରୁନାହେଁ । ମାତ୍ର ଆମେ କୌଣସି ବି ଆକ୍ରମଣକୁ ବିଫଳ କରିବାକୁ ସକ୍ଷମ ବୋଲି ସେ କହିଥିଲେ । ଏହା ସହ ଆମେ ଆମର ସପ୍ରଭୁତା, ସୁରକ୍ଷା ଏବଂ ବିକାଶ ସମ୍ୱନ୍ଧୀୟ ହିତଗୁଡ଼ିକରେ ଅହିତକର ଫଳ ଗୁଡ଼ିକୁ ଗିଳି ଯିବୁ ତାହା ହେବ ନାହିଁ ।

ତିନି ଦିନ ମଧ୍ୟରେ ଜିନପିଙ୍ଗ ଦ୍ୱିତୀୟ ଥର ପାଇଁ ପିଏଲଏର କ୍ଷମତା କଥା ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ୩୦ ଜୁଲାଇରେ ଜିନପିଙ୍ଗ ଚୀନର ସେନାକୁ ବାହାଦୁର କହିବା ସହ ଏହା ଆକ୍ରମଣକାରୀ ଶତ୍ରୁମାନଙ୍କୁ ନିପାତ କରିବାର ଭରସା ଏବଂ ଯୋଗ୍ୟତା ରଖିଛି ବୋଲି କହିଥିଲେ ।

Latest News

ଇର୍ମା ବାତ୍ୟା ଯୋଗୁଁ ଫ୍ଲୋରିଡାରେ ୪ ନିୟୁତ ଘରେ ଅନ୍ଧକାର
 ରବିବାର ଦିନ ଫ୍ଲୋରିଡାରେ ଇର୍ମା ବାତ୍ୟା ଯ...


ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!
 ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମ...


ମୁମ୍ବାଇରେ କୋଠା ଭୁଶୁଡ଼ି ୧୦ ମୃତ, ୩୩ ଫସିଥିବା ଆଶଙ୍କା,
 ମୁମ୍ବାଇର ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲା...


ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷର ଜେଲ ସଜା
 ବଳାତ୍କାରୀ ଦୋଷୀ ରାମ ରହିମଙ୍କୁ ୧୦ ବର୍ଷ...